ଶଗଡ଼ || Bullock Cart
ଚକର ବ୍ୟବହାର ଜାଣିବା ପରେ ବୁଦ୍ଧିମାନ ମଣିଷ ଶଗଡ଼ ଭଳି ଯାନ ପ୍ରସ୍ତୁତ କରି, ଏହା ଦ୍ୱାରା ବହୁ ପ୍ରକାରେ ଉପକୃତ ହୋଇଛି। ଆଜିର ଯୁଗରେ ରେଳ, ମଟର ଅପହଞ୍ଚ ସ୍ଥାନରେ ଗମନାଗମନ ଓ ପରିବହନ କ୍ଷେତ୍ରରେ ଶଗଡ଼ ହିଁ ହେଉଚି ସର୍ବଶ୍ରେଷ୍ଠ ଭରସା। ଶଗଡ଼ ଆମର ଯାତ୍ରୀ ପରିବହନ ଓ ଜିନିଷପତ୍ର ପରିବହନ ପ୍ରଭୃତି ବିଭିନ୍ନ ପ୍ରକାର ସେବା କରେ। ଯାତ୍ରୀ ପରିବହନ କାଳରେ ଶଗଡ଼ ଦେହରେ ମହଣ୍ଡା ଓ ଦଣ୍ଡାଠାରୁ ଅଳ୍ପ ସ୍ଥାନ ଛାଡ଼ି ତାଳବରଡ଼ା ଓ ବତାରେ ତିଆରି ଲମ୍ୱା ତାଟି ବନ୍ଧାଯାଏ। ଏହା ହେଛଚି ଶଗଡ଼ ତାଟ। ଯାତ୍ରୀ ମାନେ ଏହା ଭିତରେ ବସିଲେ ଖରା ଓ ବର୍ଷାରୁ ରକ୍ଷା ପାଆନ୍ତି। ଅତୀତରେ ଝିଅ ବୋହୂମାନେ ବାପଘର ଓ ଶାଶୁଘରକୁ ଏଇ ତାଟ ଶଗଡ଼ରେ ଯାତାୟାତ କରୁଥିଲେ। ଜମିଦାର ଓ ସାମନ୍ତମାନେ ମଧ୍ୟ ବିଭିନ୍ନ କାମରେ ଏଇ ତାଟ ଶଗଡ଼ ବ୍ୟବହାର କରୁଥିଲେ। ରେଳ ଓ ମଟର ଆସିବା ପରେ ମଧ୍ୟ ଷ୍ଟେସନ ଓ ମଟର ପାଖକୁ ଲୋକେ ଶଗଡ଼ରେ ଯା ଆସ କରୁଥିଲେ।
Comments
Post a Comment