କୁଆଁରପୂନେଇଁ ଭାର
କୁଆଁରପୂନେଇଁ ପାଇଁକି ଭାରେ ନିଏ ଉଖୁଡ଼ା
ଚାତକୀ ପରାୟେ ଅନାଇଁ ଥିବ ନୂଆ-ନବୋଢ଼ା।
ବାହା, ବ୍ରତ, ପୁଣ୍ୟ ପରବେ ମୁଇଁ ଥିଲି ଯେ ଲୋଡ଼ା,
କାର୍ଟୁନ ଭିତରେ ପେକିଂ କରି ଯାଏ ଉଖୁଡା।
କାଗଜ ଶୋଷଇ ଉଖୁଡ଼ା ବାସ୍ନା ଅଧୁଁଅଧିକ
ଚିତ୍ରହାଣ୍ଡି ଏବେ ଅଚଳ ମୋର ବୁଡ଼ିଚି ଭେକ।
ଜରି କାଗଜର ପେକିଂ ଏବକାର ଚଳଣି
ତେଣୁ ମିଶ୍ରଶାଳେ ବସିକି ଦୁଃଖେ କରେ ଭାଳେଣି।
ଶାଳକାର--ଡକ୍ଟର ଅଜୟ ମିଶ୍ର
ମିଶ୍ରଶାଳ, ମଧୁପାଟଣା, କଟକ।

ସୁନ୍ଦର ଶବ୍ଦ ଗୁନ୍ଥନ ସାର୍🙏
ReplyDeleteପ୍ରଣାମ ସାର୍।
ReplyDeleteଏ କଳାକୃତି ଏକ ମନୁମେଣ୍ଟ ।ଆପଣଙ୍କ ସତତ ଉଦ୍ୟମ ଯେତିକି ପ୍ରେରଣାପ୍ରଦ,ସେତିକି ଜାଗରଣକାରୀ।ଏସଵୁ ଦେଖିଲେ କେଉଁଠି କେମିତି ଲୁଚିଥିବା କୋହ ଵି ହାବୁକା ହାବୁକା ବାହାରି ଆସୁଛି।ଆପଣଙ୍କ ବିଶ୍ଵକର୍ମା ହାତ ଓ ଵିଚିତ୍ରକର୍ମା ମସ୍ତକକୁ କୋଟିପ୍ରଣାମ।
Bahuta bhala laguchhi
ReplyDelete