ଅଥାର

 




ଅଥାର

ହାଣ୍ଡିର ଉପରେ ତଲୁଣି ଘୋଡା

ଅଥାର ନାମଟି ଵହିଚି ପରା।

ବଡହାଣ୍ଡି ବସେ ଚୁଲି ଉପରେ

ମୋଟାକନା ଵନ୍ଧା ହାଣ୍ଡି ମୁହଁରେ।

ଉପରେ ହେଇଚି ତେଲୁଣି ସଜ

ବନ୍ଧାକନା ଵୁହେ ଆଣର ଵୋଝ।

ନିଆଁର ତାଉରେ ଉଷୁମେ ପାଣି

ଉପରକୁ ଵାମ୍ଫ ଉଠେ ଉଜାଣି।

ବାମ୍ଫ ଅଟକାଏ ତେଲୁଣି ଚାପ

ଆଣକୁ ଶିଝାଏ ନିଆଁର ତାପ।

ଅଥାରରେ ଆଣ ସିଦ୍ଧ ହୁଅଇ

ଏଥୁଁ ଏଣ୍ଡୁରି ମଣ୍ଡା ଵାହାରଇ ।

ପୋରୁହାଁ ଅଷ୍ଟମୀ ଅଥାର ପିଠା

କେତେ ଯେ ଏଣ୍ଡରି ମଣ୍ଡା ଗଇଁଠା।

ଏଵେ ନାଇଁ ଚୁଲି ହାଣ୍ଡି ଅଥାର

ଅଥାର ଆଇଚି ମିଶ୍ରଙ୍କ ଶାଳ।


ଶାଳକାର- ଡକ୍ଟର ଅଜୟ ମିଶ୍ର

ମିଶ୍ରଶାଳ, ମଧୁପାଟଣା, କଟକ।

Comments

  1. ଭାଇନା ନମସ୍ତେ

    ReplyDelete
  2. ସହରରୁ ମୁହଁ ଲୁଚଉଥିବା ପରମ୍ପରାର ସାକ୍ଷୀ ଏ ଅଥାର ସମସ୍ତଙ୍କ ଅଥାର ମୁହଁରେ ନିଶ୍ଚୟ ଖୁସି ଭରି ଦେବ,ଏଥିରେ ସନ୍ଦେହ ନାହିଁ।

    ReplyDelete
  3. Han. Je. Hele. Kasi. Enduri. Pathaibaku. Nani. R. Nirdesh. Mote. Bahut. Khas. Lage. Kuni. Kuni. Kasienduri.


    ReplyDelete
  4. Muu. Jaha. Lekhili. Kahin. Jauni. Ta!

    ReplyDelete

Post a Comment