ମାଟିଚୁଲିରେ ଵସାଇ ତେଲୁଣି
ତଥିପରେ ଢଙ୍କା ମାଟି ଘୋଡଣି।
ଅଳ୍ପ ଘିଅ ଦେଇ ପଲମେ ଜାରି
ପତଳା ପିଠଉ ତାପରେ ଢାଳି।
ନଡ଼ିଆ ଅରୁଆଚାଉଳ ବାଟି
ପାଣି ମିଶିଲେ ପତଳା ହୁଏଟି।
ଓଦାକନା ଦେଇ ଘୋଡଣି ଫାଙ୍କେ
ଜାଳ ଜାଳୁଥିବ ଅତି ହାଲକେ।
ଘୋଡଣି ଫାଙ୍କରୁ କନାର ପାଣି
ଅଳପେ ନିଗିଡି ପଡଇ ଜାଣି।
କିଛି କ୍ଷଣ ପରେ ଘୋଡଣି ଉଠା
ତହୁଁ ଵାହାରିବ ଚିତଉ ପିଠା।
ଚିତଉପିଠା ତ ଅଣଲେଉଟା
ଦେହକୁ ହିତ ସେ ପାଟିକି ମିଠା।
ଗଲାଣି ସେବେଳ ଏବକାଳରେ
ପଲମ ଘୋଡଣି ମିଶ୍ରଶାଳରେ।
ମିଶ୍ରଶାଳ, ମଧୁପାଟଣା, କଟକ
ଶାଳକାର- ଡକ୍ଟର ଅଜୟ ମିଶ୍ର
ସୁନ୍ଦର�� ଶବ୍ଦ ବସାଣ, ଆପଣ ଆପଣାଛାଏଁ ସ୍ବତନ୍ତ୍ର ମହାଶୟ ❤
ReplyDeleteଧନ୍ୟବାଦ
DeleteVery nice
ReplyDeleteଧନ୍ୟବାଦ
DeleteExcellent.
Deleteସୁନ୍ଦର
ReplyDelete