ଶୁଖିଲା ଦରବ ଅବା ଜଳରେ,
ନଖାଇ ନପିଇ ପେଟ ମୋ ଭରେ
ପଚାରୁଚ ମୋର ନାମ,
ପରିଚୟ ମୋର ଘୁମ
କୁମ୍ଭାର ଭାଇ ମୋ ଶରଧା କରି,
ଚକେ ମାଟି ରଖି ଦେଇଚି ଗଢ଼ି,
ପେଟୁଆ କରିକି ମତେ,
ମୁଁ ସାଇତେ ଜିନିଷ କେତେ
ଧାନ, ମୁଗ, ବିରି ଅବା ମାଣ୍ଡିଆ,
ସଭିଏଁ ପରା ମୋ ବନ୍ଧୁପେଣ୍ଡିଆ,
ସାଇତଇ ସବୁ ପେଟେ,
ନଖାଇକି ତାଙ୍କୁ ମୋଟେ
ପେଟେ ମୋ ଭରନ୍ତି ପିଇବାପାଣି,
ଥଣ୍ଡା କରି ତାଙ୍କୁ ଦିଏ ମୁଁ ପୁଣି,
ଏବେ ପରା ନାନା ଭାଣ୍ଡ,
ତେଣୁ ମୋ ଆଦର ପଣ୍ଡ
ମାଟି ଜିନିଷ ମୁଁ ମାଟିରେ ଗଢ଼ା,
ସେବା ଦେଇଚି ମୁଁ ଜୀବନସାରା,
ଦୁଃଖ ନାଇଁ ମୋର କିଛି,
ତେଣୁ ମିଶ୍ରଶାଳ ଆବୋରିଛି
ମିଶ୍ରଶାଳ, ମଧୁପାଟଣା, କଟକ
ଶାଳକାର- ଡକ୍ଟର ଅଜୟ ମିଶ୍ର
ପ୍ରୟାସ ପ୍ରଶଂସନୀୟ ପ୍ରିୟ ଅଜୟ । ଓଡ଼ିଶାର ଲୁପ୍ତ ଚଳଣି ଓ ପରମ୍ପରାକୁ ଉଜ୍ଜୀବିତ କରିବାର ଅଭିନବ ପ୍ରୟାସ । ଅଭିନନ୍ଦନ ।
ReplyDelete