ପାଖରେ ତେଙ୍ଗେଡ଼ା କେତେ
ତେଙ୍ଗେଡ଼ାରେ ଥୁଆ ଭାତ ଅଣହାଣ୍ଡି,
ତେଲୁଣି ପଲମ ଯେତେ।
ରନ୍ଧା ଚୁଲି ପାଖେ ପନିକି, କୋରଣା,
ଡଙ୍କା ଚଟୁ ଓ କାଠୁଆ,
କାନ୍ଥେ ଝୁଲି ଅଛି, ଶିକା ଖଇଚଲା,
ମାଣ, କୁଲା ବାଉଁଶିଆ।
ସକାଳୁ ଗାଧୁଆ ସାରି ଓଡ଼ିଆଣୀ
ଆଗେ ଦେଇପିଣ୍ଡି ଲିପେ
ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରିକି
ଚୁଲିରେ ନିଆଁକୁ ଥାପେ।
ଭାତ ଡ଼ାଲି ଶାଗ ରାଇତା ବେସର
କାଞ୍ଜି ଆମ୍ୱିଳ ଓ ଖିରି
ଲକ୍ଷ୍ମୀ ମାଆ ହେଇ, ହାଣ୍ଡିଶାଳେ ଥାଇ
ରାନ୍ଧଣା ଦିଅଇ ସାରି।
ପହିଲି ରାନ୍ଧଣା ପତରରେ ଥୋଇ
କାଉ ଆଗେ ଦିଏ ବାଢ଼ି
ଥୋଉ ନଥୋଉଣୁ କାଆ କାଆ କରି
ଖାଇ କାଉ ଯାଏ ଉଡ଼ି।
କିଚେନ୍ ଯୁଗରେ ନାଇଁ ଦେଇପିଣ୍ଡି,
ନାଇଁ ଦେଇପିଣ୍ଡି ଗୁଆ
ମନମାରି ଦେଇ ଦେଇପିଣ୍ଡି ଆଜି
ମିଶ୍ରଙ୍କଶାଳରେ ଠିଆ।।
ମିଶ୍ରଶାଳ, ମଧୁପାଟଣା, କଟକ
ଶାଳକାର- ଡକ୍ଟର ଅଜୟ କୁମାର ମିଶ୍ର ।।
ବହୁତ ସୁନ୍ଦର ।
ReplyDelete