ଗୋଲିଆ ପଥରେ ଗଢ଼ାଟି ଚକି,
ଗୋଟେ ଥାଏ ଶୋଇ ଆରକ ଘୂରଇ, ନପଡେ ଥକି।
ତଳପଟଟାର ମଝିରେ କଣା,
ତହିଁ ମାଣିଖୁଣ୍ଟି ଥାଏ ଭରଣା,
ଉପର କଣାରେ ବେଣ୍ଟ ଟି ଥାଏ,
ବେଣ୍ଟକୁ ଘରଣୀ ଘୂରାଉଥାଏ,
ଚାଉଳ, ମାଣ୍ଡିଆ ମୁଗ ଓ ବିରି,
କଣାରେ ଘରଣୀ ଦିଅଇ ଭରି,
ଉପର କରେ ରଗଡ଼ା ରଗଡ଼ି,
ଚୋପା ଗୁଣ୍ଡ ସବୁ ପଡେ଼ ଅଜାଡ଼ି,
ଘରଣୀ ଦି’ହାତେ ଦିଏତ ପେଷି,
ଶକତ ହୁଅଇ ତା’ମାଂସପେଶୀ,
ପୁରୁଣା ରୀତିର ରଗଡ଼ା ପେଷା,
ଗୁଣ୍ଡ ଚୂନାକୁ କରଇ ସରସା,
ଗ୍ରାଇଣ୍ଡର୍ କଳ ଆସିଲା ଯେବେ,
ମିଶ୍ରଶାଳେ ଯାଇ ରହିଲୁ ସେବେ।
ମିଶ୍ରଶାଳ, ମଧୁପାଟଣା,କଟକ
ଶାଳକାର- ଡକ୍ଟର ଅଜୟ କୁମାର ମିଶ୍ର୍ର
Badhia
ReplyDeleteଚକିରେ ପକାଇଲୁ ଛକି।ନରମା ହେଲା ଆମ ଚକି।କରି ହେଉନି ଭିଡ଼ କାମ
ReplyDeleteଯେଣୁ କରୁଚୁଟି ଆରାମ।।
ଵହୁତ ବଢିଆ କାମ ସାର୍।ଆପଣଙ୍କ କଵିତା ବି ଆଖିକୁ ଜକେଇ ଦେଉଚି।ପ୍ରଣାମ।ଏ ଶାଳ ବିଶାଳ ହେଉ।