ସଳଖ ବାଉଁଶ ପୋତା ମାଟିରେ,
ଉପରେ ଲୁହାର କୀଳା
କୀଳାପରେ ପେଟ ଚାପିକି କେଲୁଣୀ
ଘୂରିଘୂରି କରେ ଖେଳା,
ପେଟ ଚାଖଣ୍ଡକ ପାଇଁ, ଉଚ୍ଚ ବାଉଁଶରେ ଘିରିଘିରି ଘୂରେ
ଜୀବନକୁ ଭୟ ନାହିଁ।୧।
ଖୁଣ୍ଟ ଦଉଡ଼ି ଧରିବାରୁ ଭିଡ଼ି,
ପୋତା ବାଉଁଶ ନପାରେ ଉପୁଡ଼ି,
ଗେରସ୍ତ ବଜାଏ ବାଜା, ଦେଖଣାହାରିଏ କରତାଳି ଦେଇ
ପାଉଥାନ୍ତି କେତେ ମଜା।୨।
ଜୀବିକା ପାଇଁକି ଏ ଯାଯାବର,
କରେ ନାଇଁ କେବେ ଫନ୍ଦିଫିକର
ଝୁଅ ବା ଭାର୍ଯ୍ୟାଙ୍କୁ ଉଚ୍ଚେ,
ବାଉଁଶେ ଚଢ଼ାଇ ଆଖି ପିଛୁଳାକେ ବାଜା ବଜାଇକି ନାଚେ।୩।
ମାଗୁଣି କରିଲେ ତା’ର ପିଲାଏ,
ଚାଉଳ ମୁଠେ କେ ଦିଏ ନଦିଏ,
ତଥାପି ଦେଖାଏ ଖେଳ, ଉଚ୍ଚ ବାଉଁଶରୁ ଭୂଇଁରେ ପଡ଼ିଲେ
କ୍ଷଣକରେ ହେବ କାଳ।୪।
ବାଉଁଶରେ ଘୂରି ବାଉଁଶରାଣୀ,
ନାରୀ ଶକତିକୁ ଯାଏ ବଖାଣି,
ଆଜିକା ଦିନରେ ଆଉ, ଏଇ ଖେଳ ଏବେ ଲୋପ ପାଇଲାଣି,
ମିଶ୍ରଶାଳେ ରହିଥାଉ।।
ମିଶ୍ରଶାଳ, ମଧୁପାଟଣା,କଟକ
ଶାଳକାର- ଡକ୍ଟର ଅଜୟ କୁମାର ମିଶ୍ର
ପ୍ରତିଥର ପରି ଏଥର ମଧ୍ୟ ପ୍ରୀତିପଦ ଓ ଅତୀତର ସ୍ମୃତିଚାରକ।କଵିତାରେ ବି ବ୍ୟଥା ଭରପୂର।ପ୍ରଣାମ ସାର୍।
ReplyDelete