ଓଡିଶାର ମହାମହିମ ରାଜ୍ଯପାଳଙ୍କୁ ଅବଲୁପ୍ତପ୍ରାୟ କ୍ଷୁଦ୍ରାକୃତି ଜିନିଷ ପ୍ରଦର୍ଶନ





ଓଡିଶାର ମହାମହିମ ରାଜ୍ଯପାଳ ପ୍ରଫେସର୍ ଗଣେଶୀ ଲାଲଙ୍କୁ ଅବସରପ୍ରାପ୍ତ ସହଯୋଗୀ ପ୍ରଫେସର୍, ପ୍ରଖ୍ୟାତ ସାହିତ୍ଯିକ, ଲୋକସଂସ୍କୃତି ଗବେଷକ ତଥା ମିଶ୍ରଶାଳର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ମିଶ୍ର ନିଜ ହାତଗଢା ୫୦ରୁ ଅଧିକ,  ଆମ ସଂସ୍କୃତିରୁ ଅବଲୁପ୍ତପ୍ରାୟ କ୍ଷୁଦ୍ରାକୃତି ଜିନିଷ ପ୍ରଦର୍ଶନ କରିଥିଲେ। ସେଗୁଡିକ ଅତି ଆନନ୍ଦର ସହିତ ମହାମହିମ ରାଜ୍ଯପାଳ ଗୋଟି ଗୋଟି କରି ଦେଖି  ନିର୍ମାତା ଡକ୍ଟର ମିଶ୍ରଙ୍କ ଏତାଦୃଶ ସ୍ବତନ୍ତ୍ର କାର୍ଯ୍ୟ ସଂସ୍କୃତି ସଂରକ୍ଷଣ କ୍ଷେତ୍ରରେ ଅତି ଉପାଦେୟ ଵୋଲି ପ୍ରଶଂସା କରିଵା ସହ, ଏସଵୁର ସୁରକ୍ଷା ପାଇଁ ଯତ୍ନ କରାଯିବ ବୋଲି ମତ ଦେଇଥିଲେ।


ଡକ୍ଟର ମିଶ୍ର ପ୍ରତ୍ୟେକ ହାତଗଢା ଜିନିଷର ବିଶେଷତା ଓ କାର୍ଯ୍ଯକାରିତା ସମ୍ପର୍କରେ ରାଜ୍ଯପାଳଙ୍କୁ ଅବବୋଧ କରିଥିଲେ।



ଡକ୍ଟର ମିଶ୍ରଙ୍କୁ ଏଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ତାଙ୍କ ବନ୍ଧୁ ଅବସରପ୍ରାପ୍ତ ମୁଖ୍ଯ ଆୟକର ଆୟୁକ୍ତ ତଥା କବି ଶରତ କୁମାର ଦାଶ, ଅବସରପ୍ରାପ୍ତ ମୁଖ୍ଯ ପ୍ରବନ୍ଧକ କଵି ଆଶୁତୋଷ ଦାଶ, ସୁଖ୍ଯାତ କବି ରକ୍ଷକ ନାୟକ, ଲେଖକ ସଂବିତ ମିଶ୍ର।

Comments

  1. ଖୁବ୍ ସୁନ୍ଦର

    ReplyDelete
  2. ଆମ ମହାନ୍ ଉତ୍କଳ ର ମହାନ୍ ଲୋକ ସଂସ୍କୃତିର ଅବଳୁପ୍ତପ୍ରାୟ ବସ୍ତୁସବୁକୁ ତାଙ୍କର ଖୁବ୍ ସୁନ୍ଦର୍ କଳାକାରିତା ଦ୍ଵାରା ପୁନରୁଜ୍ଜୀବିତ କରିଥିବାରୁ ସମ୍ମାନନୀୟ ଡାକ୍ତର ମିଶ୍ର ଙ୍କୁ ସମଗ୍ର ଓଡ଼ିଆ ଜାତି ତରଫରୁ ଅଶେଷ ଧନ୍ୟବାଦ୍ ଓ ପ୍ରଣାମ

    ReplyDelete
  3. ଏହା ଅତ୍ୟନ୍ତ ଆନନ୍ଦର ଵିଷୟ।ସାରଙ୍କ କୃତି ବିଶ୍ବବ୍ୟାପି ହେଉ।ଶ୍ରମ ସାର୍ଥକ ହେଉ।

    ReplyDelete
  4. ଏହା ଅତ୍ୟନ୍ତ ଆନନ୍ଦର ଵିଷୟ।ସାରଙ୍କ କୃତି ବିଶ୍ବବ୍ୟାପି ହେଉ।ଶ୍ରମ ସାର୍ଥକ ହେଉ।

    ReplyDelete
  5. ବହୁତ ସୁନ୍ଦର ଉପସ୍ଥାପନା ହୋଇଛି। ଧନ୍ୟବାଦ ବନ୍ଧୁ ଅଜୟ।

    ReplyDelete
  6. ଅଭିଭୂତ ହେଲି । ନମସ୍କାର ।

    ReplyDelete
  7. Baah Kaka bahut badhia.
    Bhagban apananku sada sarbada bhala re rakhantu.

    ReplyDelete
  8. ଜଗନ୍ନାଥ କରନ୍ତୁ ଏହି ଚାରୁକଳା ବିଶ୍ୱ ବିଖ୍ୟାତ ହେଉ

    ReplyDelete

Post a Comment