ଅକ୍ଷୟତୃତୀୟା ତିଥିରେ
ଚାଷୀ ଆନନ୍ଦମନେ
ହଳ ଅନକୂଳ କରଇ
ବିଲେ ଲଙ୍ଗଳ ମୁନେ।।
ଗଉଣିରେ ଧାନଵିହନ
ପୂଜାଡାଲା ସାଥିରେ
ଧରଣୀମାଆଙ୍କୁ ପୂଜି ସେ
ଅଖିମୁଠି ବୁଣେରେ।।
ଵରଷ ତମାମ ଖାଇବ
ହେଲେ ଭଲଫସଲ
ପାଞ୍ଚତୁଣ୍ଡେ ଦାନା ବାଢିବ
ତାର ଚିନ୍ତା ଅସଲ।।
ଆଜିକା ଟ୍ରକ୍ଟର କାଳରେ
ହଳ ଲଙ୍ଗଳ ଗଲା
ହଳ ଅନକୂଳ କେବଳ
ଫଟୋ ଉଠିଲେ ହେଲା।।
ଟଙ୍କିଚାଉଳର ଦାନାରେ
ଚାଷୀ ଚାଷ ଭୁଲିଚି
ବଡବଡିଆଙ୍କ ସାଥିରେ
ଫଟୋ ପୋଜ୍ ଦେଉଚି।।
ଅତୀତର ହଳ ଲଙ୍ଗଳ
ବଡ ଅପମାନରେ
ମନ ଊଣା କରି ପଶିଚି
ଆସି ମିଶ୍ରଶାଳରେ।।
ଶାଳକାର -ଡକ୍ଟର ଅଜୟ ମିଶ୍ର
ମିଶ୍ରଶାଳ, ମଧୁପାଟଣା, କଟକ।।

chamatkar
ReplyDeleteXlnt
ReplyDeleteମିଶ୍ର ଶାଳରେ ଥାଉ ଲଙ୍ଗଳ କଣ୍ଟି
ReplyDeleteନେତା ଓ ଜନତା ଫଟୋ ଉଠାନ୍ତୁ
ପ୍ରହସନ ପାଲଟେ ସେ ଅଖି ମୁଠି
ପ୍ରଣାମ।ମୋ ସାର ଜଣେ ଯୋଗଜନ୍ମା।କେତେ ନିଖୁଣ ତାଙ୍କ କୃତି।କବିତାରେ ଵି ଅଭିମାନ ଓ ଅସାମାନ୍ଯତା ରହିଛି।ଆମେ ଗର୍ବିତ।
ReplyDeleteଅଖି-ମୁଠି ଛାଟିଦେ, ସୁନା ଧାନ କାଟି ନେ,
ReplyDeleteମିଶ୍ର ଶାଳ ମାଣ ଘରେ କମଳା ଆଶିଷ ନେ
ଖୁବ ସୁନ୍ଦର ଓ ଚମତ୍କାର।
ReplyDeleteଆପଣମାନଙ୍କ ମିଶ୍ରଶାଳ ପ୍ରତି ଆନ୍ଥରିକତାକୁ ଗଭୀର ସମ୍ମାନ ଜଣାଉଚି।
ReplyDelete