କୋରଣା


 ପନିକିର ଭାଇ କୋରଣା ନାମ

କୋରାକୋରି ସେଵା ଅଟେ ମୋ କାମ।

ମୋପଟାରେ ଵସି ଘରଣୀମାନେ

ଫାଳନଡିଆ କୋରନ୍ତି ଯତନେ ।

ପାଣିକଖାରୁକୁ ଆନନ୍ଦେ କୋରି

ଶସ ବାଟି ଶିଳେ ପାରନ୍ତି ବଡି।

କୁନି କୁନି ମୋର ମୁନିଆଁ ଦାନ୍ତ

କୋରିଵା କାମରେ ବଡ ଓସ୍ତାତ।

ଆଜି ଗ୍ରାଇଣ୍ଡର ଘୋରି ପାରଇ

ମୋ ପରି କେଵେ କୋରି ନପାରଇ।

ପନିକିକି ଠେଲି ପଶିଲା ଛୁରୀ 

ମାତ୍ର ଗ୍ରାଇଣ୍ଡର ନୋହେ ମୋ ସରି।

କିଚେନରେ ନୁହେଁ,  ଦେଇପିଣ୍ଡିରେ

ଏବେ ବସିଚି ମିଶ୍ରଶାଳରେ ।।


ଶାଳକାର -ଡକ୍ଟର ଅଜୟ ମିଶ୍ର

ମିଶ୍ରଶାଳ, ମଧୁପାଟଣା, କଟକ ।।

Comments

  1. ଵହୁତ ସୁନ୍ଦର, ନିଖୁଣ କୃତି ସାର୍।ମହାରଣା ଵି ଆଶ୍ଚର୍ଯ୍ୟ ହୋଇଯିବେ।ଏହା ସହିତ ଅସହାୟ ସଂସ୍କୃତିର ସ୍ଵର କବିତାଟି ବି ହୃଦୟସ୍ପର୍ଶୀ!ପ୍ରଣାମ।

    ReplyDelete
  2. ବହୁତ ସୁନ୍ଦର।

    ReplyDelete

Post a Comment