ପନିକି


କାଠପିଢାଟାରେ ଲୁହାଶସ୍ତ୍ରଟିକୁ

 କି ଖଞ୍ଜେ ଖଞ୍ଜିଚି କମାର ଭାଇ

ଶସ୍ତ୍ର ହେଲେ ବି କରେ ଉପକାର

ରହିଥାଏ ଦେଇପିଣ୍ଡିରେ ମୁଇଁ,

ପନିକି ମୋଅର ନାମ,

ପନିପରିବା କଟା ମୋ କାମ।।

ମୋ ପଟାରେ ଵସି ଘରଣୀମାନେ

ବନାନ୍ତି ପରିବା କେତେ ଯତନେ

ଶାଗ ସବଜିକୁ କାଟି ପକାଇ

ନିରିମଳ ଜଳେ ଦିଅନ୍ତି ଧୋଇ

କଟାକଟି ସାରିଦେଇ

ଦେଇପିଣ୍ଡି ଘରେ କାନ୍ଥର କଡରେ

ଦେଇଥାନ୍ତି ଆଉଜାଇ।।

ସଜ ଵାସି ସବୁ ପରିଵା କାଟି

ଦେଇପିଣ୍ଡି ଘରେ ଦିଏ ମୁଁ ଭେଟି

ଆଜି ଦେଇପିଣ୍ଡି ନାହିଁ,

ଠିଆ ରୋଷେଇରେ ଆଜିକାର ଛୁରୀ

ମୋ କାମ କରୁଚି ଯାଇ।।

କାଲିର ରାନ୍ଧୁଣୀ ଘରଣୀମାନେ

ଧୋଇଧାଇ ରଖୁଥିଲେ ଯତନେ

କିଚେନରେ ଛୋଟ ଚାଖୁ ପ୍ରଵେଶି

କରିଦେଲା ମତେ ଅଣନିଃଶ୍ବାସୀ

ତେଣୁ ଵସି ମିଶ୍ରଶାଳେ

ଦେଇପିଣ୍ଡି ଆଉ କିଚେନ୍ ଫରକ

ମନେ ମନେ ବସି ଭାଳେ।।


ମିଶ୍ରଶାଳ, ମଧୁପାଟଣା, କଟକ।

ଶାଳକାର - ଡକ୍ଟର ଅଜୟ ମିଶ୍ର ।

Comments

  1. Beautiful presentation.

    ReplyDelete
  2. ପ୍ରଣାମ ସାର୍।ଅବିକଳ ସେଵର ଚଳଣିକୁ ନେଇ ଆସିଲେ।ବହୁତ ବଢିଆ ଲାଗିଲା, ଉଭୟ କଳା ଓ କବିତା।

    ReplyDelete
  3. GOOD MORNING.WELL DESCRIBED AND GOT THE PROPER PLACE MISHRA SALA.

    ReplyDelete
  4. Very good poem, school pilanka bshire sthana paiba yogya

    ReplyDelete
  5. ମିଶ୍ରଶାଳରେ ପନିକି ପହଞ୍ଚିବା ବଡ଼ ଆନନ୍ଦର କଥା। ଶାଳକାର ଡଃ ମିଶ୍ରଙ୍କୁ ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ।

    ReplyDelete
  6. ମିଶ୍ର ଶାଳ ପନିକି ଯେ ସାହୁ ଘରେ ଅଛି, କାମ ନାହି ଦାମ ନାହି ଦୁଃଖେ ଭାବୁ ଅଛି। ଅଶେଷ ଅଶେଷ ଧନ୍ୟବାଦ।

    ReplyDelete

Post a Comment