ଡାବରପୁଆ

 




ବଡ଼ଟି ଡାବର ଛୋଟଟି ପୁଆ, ଦିହେଁ ମିଶି ଆମେ ଡାବରପୁଆ।

କେହି କେହି ଗୁଚିତାଣ୍ଡୁ ବୋଲନ୍ତି, ଗିଲିଦଣ୍ଡା ନାମେ କେହି ଡାକନ୍ତି।

ଦୁଇଜଣ ଅବା ଦୁଇଟି ଦଳ, ଆମକୁ ନେଇଣ ଜମାନ୍ତି ଖେଳ।

ପୁଆ ଗାତେ ରଖି ଡାବରେ ପିଟି, ଦେଲେଯାଏ କିଛି ଦୂରେ ଛିଟିକି।

ଯିଏ ଆଗେ ଆସି ପୁଆକୁ ଧରେ, ସିଏ ଆସି ପୁଆ ପିଟେ ଡାବରେ।

ଆମ ଖେଳ କେହି ନକରୁ ହେଜ, ଆମେ କିନ୍ତୁ କିରିକେଟ‌୍‍ର ଜେଜ।

ଆମେ ହୋଇଗଲୁ ପୁରୁଣା ଖେଳ, ଏବେ ଆଶ୍ରା କଲୁ ମିଶ୍ରଙ୍କ ଶାଳ।


ଶାଳକାର -ଡକ୍ଟର ଅଜୟ ମିଶ୍ର

ମିଶ୍ରଶାଳ, ମଧୁପାଟଣା, କଟକ ।।

Comments

  1. Our local entertaining sports 😊

    ReplyDelete
  2. ପ୍ରଣାମ ସାର୍।ଵହୁତ ସୁନ୍ଦର ସ୍ମୃତି ଓ ସ୍ମୃତିସଖମଗ୍ରୀ।

    ReplyDelete
  3. ବଡ଼ ବଢିଆ

    ReplyDelete
  4. Bhaina namaskar,e sabu kemiti manepaduchhi

    ReplyDelete

Post a Comment