ମିଶ୍ରେ ଯେଉଁଠି, ମିଶ୍ରଶାଳ ସେଇଠି।
ସେ କଟକ ହେଉ ଵା ଲଣ୍ଡନର ହାରୋ ହେଉ।
ହାରୋ ଆକାଶରେ ଘନ ଘନ ଵିମାନ ଉଡାଣ, ତଳେ ଵସି ମିଶ୍ର ଗଢୁଚି
ଭାରତୀୟ ଭାଗବତ ଭାବନାର
ପାରମ୍ପରିକ ଅସ୍ମିତାର ଅନନ୍ଯ ଗଢଣ ଦୋଳ ଵିମାନ।

ରଥ ପରେ ତ ହୋରିକୁ ସାଙ୍ଗରେ ଆଣି ଆସିବ ଦୋଳ ଉତ୍ସବ।
ବିମାନରେ ଚାଲିବ ରାଧାକୃଷ୍ଣଙ୍କ ଚାଚେରୀ ଲୀଳା।
ଲଣ୍ଡନର ପ୍ରଵାସୀ ଭରତୀୟଙ୍କ ଭିତରେ ସେଇ ଦୋଳୋତ୍ସଵକୁ ଭାବମୟ ଓ କ୍ରିୟଶୀଳ କରିବାକୁ ମିଶ୍ର ଗଢି ଵସନ୍ତି ଦୋଳବିମାନ।
ରଥ ଗଢା ପରେ ଝୁଲଣ ଓ ମେଳଣ ପାଇଁ, ଅବସର ଵିନୋଦନ ପାଇଁ ଆସି, ଦୋଳବିମାନ ଗଢି, ଭାରତୀୟ ଭାବାଵେଗକୁ ଉଜ୍ଜୀଵିତ କରିଵାର ଏ ହେଉଚି ସ୍ଵତନ୍ତ୍ର ପ୍ରୟାସ ।

.jpeg)

Comments
Post a Comment