ବ୍ୟାସାସନ

 


ପଟାଖଣ୍ଡକୁ ଦିଫାଳ କରିଣ

ଶିଳ୍ପୀ ଗଢି ଦେଇଚି ବ୍ୟାସାସନ ।।

ପଟାମଧ୍ୟେ ଖୋଳି ରନ୍ଧ୍ର କେତୋଟି

ମେଲିଦେଲେ ପରା ଅଧା ଖୋଲେଟି।।

ପୋଥିମାନ ରହେ ଏହା ଉପରେ

ଯତ୍ନେ ପଢନ୍ତି ଦୀପ ଆଲୁଅରେ।।

ଗାଁ ଭାଗବତ ଗୋସେଇଁ ପୀଠରେ

ବ୍ୟାସାସନ  ଥୁଆ ଅତି ଭକ୍ତିରେ।।

କ୍ଳଵ୍ ଆସି ଟୁଙ୍ଗୀ ମାନ ଭାଙ୍ଗିଲା

ବ୍ୟାସାସନ ମନେ ମନେ ରାଗିଲା।।

ମନେ ଭରି କେତେ ଅଭିମାନରେ

ପ୍ରଵେଶିଲା ଆସି ମିଶ୍ରଶାଳରେ।।


ମିଶ୍ରଶାଳ, ମଧୁପାଟଣା, କଟକ ।

ଶାଳକାର-ଡକ୍ଟର ଅଜୟ ମିଶ୍ର ।।

Comments

  1. ଏ କାରିଗରୀ ଅନନ୍ୟ!ସାର୍ ହିଁ ଏମିତି କରିପାରନ୍ତି। ପ୍ରଣାମ ସାର୍।

    ReplyDelete

Post a Comment