ଫକିରମୋହନ ଵିଶ୍ବବିଦ୍ୟାଳୟରେ ମିଶ୍ରଶାଳ

 ତା-୨୯-୧-୨୫ ତା-୩୧-୧-୨୫ରିଖ, ତିନିଦିନ ଧରି ଫକୀରମୋହନ ଵିଶ୍ଵଵିଦ୍ୟାଳୟର ଭାଷା ଵିଭାଗ ଦ୍ଵାରା ଆୟୋଜିତ ଉନୁରୁମ୍/ ଅସ୍ମିତା ଉତ୍ସବରେ ଦେଶ ଵିଦେଶର ଵିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଵିଭିନ୍ନ ବିଦ୍ଵାନମାନେ ଲୋକକଳା ସମ୍ପର୍କରେ ନିଜ ନିଜ ଵକ୍ତଵ୍ଯ ରଖିଥିଲେ। 



ଏଇ ଉତ୍ସଵରେ ନିଜର ଶତାଧିକ ଉପକରଣ ପ୍ରଦର୍ଶନ କରି ରାଜ୍ଯ ଓ ଦେଶବାହାରର ଅତିଥିମାନଙ୍କୁ ଆକର୍ଷିତ କରାଇ ପ୍ରିୟଭାଜନ ହୋଇଥିଲେ ମିଶ୍ରଶାଳର ପ୍ରତିଷ୍ଠାତା ମିଶ୍ରଶାଳର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ମିଶ୍ର ।




 ଵସ୍ତୁଵାଦୀ ଓଡ଼ିଆ ଲୋକସଂସ୍କୃତି ସମ୍ପର୍କୀୟ ତାଙ୍କ ମତ ଵିନିମୟ ବକ୍ତଵ୍ଯ ଉପସ୍ଥିତ ବିଦ୍ଵାନମାନଙ୍କୁ ଓଡ଼ିଆ ଲୋକସଂସ୍କୃତି ସମ୍ପର୍କରେ ବିଶେଷ ଭାବେ ପ୍ରଭାଵିତ କରିଥିଲା। ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଗଵେଷକ ଗଵେଷିକାମାନେ ଏହା ଦ୍ୱାରା ଆକୃଷ୍ଟ ହେଇ, ଏ ସମ୍ପର୍କରେ ଅଧିକତର ଗବେଷଣା କରିଵାକୁ ଆଗ୍ରହ ପ୍ରକାଶ କରିଥିଲେ।












Comments