ଲୁପ୍ତପ୍ରାୟ ଲୋକସଂସ୍କୃତିର ବାର୍ତ୍ତାବହ, "ମିଶ୍ରଶାଳ'' ଦ୍ୱାରା ଆୟୋଜିତ ଗ୍ରୀଷ୍ମାବକାଶ ପ୍ରଶିକ୍ଷଣ ଶିବିର "ଛୋଟ ହାତ : ବଡ଼ ସ୍ୱପ୍ନ''ରେ, ୭ବର୍ଷ ବୟସରୁ ଅଧିକ ଶିଶୁମାନଙ୍କୁ ପାରମ୍ପରିକ ଜିନିଷର ଗଢଣ ପ୍ରଶିକ୍ଷଣ ଦିଆଯାଉଛି। ଶିବିରକୁ ଉଦଘାଟନ କରିବା ଅବସରରେ ଓଡିଶାର ପ୍ରଖ୍ୟାାତ ବ୍ୟଙ୍ଗଶିଳ୍ପୀ ତଥା ବିଚକ୍ଷଣ ବାଗ୍ମୀ ଶ୍ରୀଯୁକ୍ତ ଜ୍ଞାନ ହୋତା, ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ମିଶ୍ରଶାଳର ପ୍ରତିଷ୍ଠାତା, ବସ୍ତୁକୈନ୍ଦ୍ରିକ ଲୋକସଂସ୍କୃତି ଗବେଷକ, ଶିକ୍ଷାବିତ୍ ଶାଳକାର ଡ. ଅଜୟ କୁମାର ମିଶ୍ର ଉପସ୍ଥିତ ଶିକ୍ଷାର୍ଥୀମାନଙ୍କୁ କାଗଜ, ତାଳପତ୍ର, ବାଉଁଶ କାଠି ଇତ୍ୟାଦିରେ ଓଡ଼ିଶାର ଲୋକକଳା, ମାଟି କଳା, କାଗଜ ହସ୍ତଶିଳ୍ପ, ବର୍ଜ୍ୟବସ୍ତୁରୁ ହସ୍ତଶିଳ୍ପ, ଉପଯୋଗୀ ହସ୍ତଶିଳ୍ପ ଇତ୍ୟାଦି ପାଞ୍ଚଟି ବିଭାଗରେ ବିଭିନ୍ନ ପ୍ରକାର ଗଢଣ ଶିଖାଇଲେ। ଶିକ୍ଷାର୍ଥୀମାନେ ସେମାନଙ୍କ କୁନି କୁନି ହାତରେ ନିଜେ ଗଢଣ ଶିଖି, ବିଶେଷ ଉତ୍ସାହିତ ହେଇଛନ୍ତି। ମିଶ୍ରଶାଳ ଆୟୋଜିତ ଛୋଟ ହାତ : ବଡ଼ ସ୍ୱପ୍ନ କାର୍ଯ୍ୟକ୍ରମ ଦ୍ୱାରା ପ୍ରତି ଅଭିଭାବକ ମାନଙ୍କର ଉତ୍ସାହ ପରିଲକ୍ଷିତ ହେଉଛି। ଗ୍ରୀଷ୍ମାବକାଶରେ ମିଶ୍ରଶାଳର ଏଇ ଦକ୍ଷତାବର୍ଦ୍ଧକ କାର୍ଯ୍ୟକ୍ରମ, ସକାଳ ଆଠଟାରୁ-ଦଶଟା ମଧ୍ୟରେ ଅନୁଷ୍ଠିତ ହେଉଛି ଓ ପ୍ରତିଦିନ କାର୍ଯ୍ୟକ୍ରମ ପ୍ରତି ଉଭୟ ପିଲାଙ୍କର ଓ ଅଭିଭାବକମାନଙ୍କର ଆଗ୍ରହ ପରିଲକ୍ଷିତ ହେଉଛି।।

.jpeg)

.jpeg)

.jpeg)
.jpeg)

.jpeg)


Comments
Post a Comment